ଅନୁଗୋଳ: ଅନୁଗୋଳ ପୌରପରିଷଦ ଅନ୍ତର୍ଗତ ଅମଲାପଡ଼ାଠାରେ ଆୟୋଜିତ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ତାଳଚେର ବିଧାୟକ ତଥା ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ। ଏହି ଅବସରରେ ସେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଦର୍ଶନ କରି ଜଗତର ମଙ୍ଗଳ ଓ କଲ୍ୟାଣ କାମନା କରିଥିଲେ। ପୂଜାର ସୁନ୍ଦର ଆୟୋଜନ ପାଇଁ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।