ଅନୁଗୁଳ: ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରା ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ। ଏହି ଅବସରରେ ମା’ଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ ହୋଇଥିଲା। ମଧ୍ୟରାତ୍ରିରେ ମା’ ହିଙ୍ଗୁଳା ଉଭା ହୋଇଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମା’ଙ୍କ ଉଭା ସ୍ଥଳ ଆଜି ପରିଦର୍ଶନ କରି ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କରି ଜଗତର କଲ୍ୟାଣ ନିମନ୍ତେ କାମନା କରିଥିଲେ। ଏଥିସହିତ ନୂତନ ଭାବେ ନିଯୁକ୍ତି ପାଇଥିବା ତାଳଚେର ଉପଜିଲ୍ଲାପାଳ ତଥା ମା’ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଗୌରବମୟ ପ୍ରଧାନଙ୍କୁ ଯାତ୍ରା ଓ ୨୨ ତମ ଲୋକ ମହୋତ୍ସବକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଆଲୋଚନା କରିଥିଲେ।