ମୁଖ୍ୟ ଖବର

ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ବେପାରୀ ଗିରଫ

By Angul TV Bureau

December 15, 2024

ଅନୁଗୁଳ: ତାଳଚେର ପୋଲିସକୁ ବଡ଼ ସଫଳତା। ଅନୁଗୁଳ ଜିଲ୍ଲା ତାଳଚେରର ବଲ୍ହର ଛକ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ତାଳଚେର ପୋଲିସ। ଏଥିସହ ବେପାରରେ ସଂପୃକ୍ତ ସୌଭାଗ୍ୟ ସାମଲକୁ ଗିରଫ କରିଛି।

ପାଟ୍ରୋଲିଂ କରିବା ସମୟରେ ବେଆଇନ ମଦ ବିକ୍ରି ହେଉଥିବା ଖବର ପାଇ ପୋଲିସ ବଲ୍ହର ଛକ ସ୍ଥିତ ଫାଷ୍ଟ ଫୁଡ୍ ଦୋକାନରେ ଚଢ଼ଉ କରିଥିଲା। ଚଢଉ ସମୟରେ ବିପୁଳ ପରିମାଣର ବିଦେଶୀ ମଦ ସହ ବେପାରୀ ସୌଭାଗ୍ୟ ପାଖରୁ ୨୬,୧୦୦ ନଗଦ ଟଙ୍କା ଜବତ ହୋଇଛି। ଏ ନେଇ ସୌଭାଗ୍ୟ ସମେତ ଅନ୍ୟ ଦୁଇ ଜଣ ସନ୍ତୋଷ କୁମାର ମହାନ୍ତି ଏବଂ ନିୱାଶ କୁମାରଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।