ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ, ବେଲ୍ କରାଇବାକୁ ନେଉଥିଲେ ୩୦୦୦ଟଙ୍କାର ଲାଞ୍ଚ

By Angul TV Bureau

July 03, 2025

ଅନୁଗୁଳ: ଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ। ବେଲ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ।

ସୂଚନା ମୁତାବକ, ଗତ ଏପ୍ରିଲ ମାସରେ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଚୋରା ବିଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେହି କେସକୁ ନେଇ ବେଲ କରାଇଦେବାକୁ କହି ଏଏସଆଇ ଧରଣୀଧର, ପ୍ରୀତି ରଞ୍ଜନଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରୀତି ଅନୁଗୁଳ ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ। ଆଜି ଭିଜିଲାନ୍ସ ପକ୍ଷରୁ କେମିକାଲ ବୋଳା ଟଙ୍କା ପ୍ରୀତି ରଞ୍ଜନଙ୍କ ମାଧ୍ୟମରେ ଧରଣୀଧରଙ୍କୁ ଦିଆଯାଇଥିଲା। ସେହି ସମୟରେ ଭିଜିଲାନ୍ସ ରେଡ ହ୍ୟାଣ୍ଡରେ ଧରଣୀଧରଙ୍କୁ ଧରି ତଦନ୍ତ ଜାରି ରଖିଛି। ଭିଜିଲାନ୍ସ ବିଭାଗର ଜଣେ ଡିଏସପି ଓ ତିନି ଜଣ ଇନ୍ସପେକ୍ଟରଙ୍କ ସହ ୧୧ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।