ମୁଖ୍ୟ ଖବର

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ସହିଦ

By Angul TV Bureau

December 09, 2021

ଅନୁଗୁଳ: ତାମିଲନାଡୁର କୁନ୍ନୁରଠାରେ ବୁଧବାର ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୁଳ ଜିଲ୍ଲା ତାଳଚେରର  ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ବୋଲି ତାଙ୍କ ସମ୍ପର୍କୀୟ ବିଟୁ ଦାସ ସୂଚନା ଦେଇଛନ୍ତି।ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ

କରାଯାଇନି। ରାଣାପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ରାତିରେ ମୃତଦେହ ତାଳଚେରରେ ପହଞ୍ଚିବ ବୋଲି ଜଣାଯାଇଛି । ରାଣାପ୍ରତାପ ପତ୍ନୀ ଓ ଶିଶୁପୁତ୍ର ସହ ଦିଲ୍ଲୀରେ ରହୁଥିଲେ। ତାଙ୍କ ବାପାମା ଗାଁରେ ରହୁଛନ୍ତି।ଉକ୍ତ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କର ପ୍ରାଣହାନି ଘଟିଥିଲା।