ମୁଖ୍ୟ ଖବର

ତାଳଚେରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ; ଆଡମ୍ବର ଓ ଶୃଙ୍ଖଳା ଉପରେ ଗୁରୁତ୍ୱ

By Angul TV Bureau

May 07, 2026

ଅନୁଗୁଳ: ତାଳଚେରରେ ଆରାଧ୍ୟ ଦେବତା ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରାକୁ ଚଳିତ ବର୍ଷ ଆଡମ୍ବରପୂର୍ଣ୍ଣ, ଶୃଙ୍ଖଳିତ ଓ ସଫଳ କରିବା ଲକ୍ଷ୍ୟରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ତାଳଚେର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି, ତାଳଚେର ଗଡର ରାଜା ସାହେବ ଶ୍ରୀ ଶ୍ରୀ ବିଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।ଘୋଷଯାତ୍ରାର ସୁପରିଚାଳନା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।