ମୁଖ୍ୟ ଖବର

ରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ

By Angul TV Bureau

January 20, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ଫାଷ୍ଟଗେଟ୍ ରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ। ଏହି ରାସ୍ତାରେ ଉଠାଦୋକାନୀମାନେ ଦୀର୍ଘ ବର୍ଷ ହେଲା ବେପାର କରି ଆସୁଛନ୍ତି। ଫଳରେ ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଛି ଓ ଲୋକମାନେ ଯିବା ଆସିବାରେ ସମସ୍ୟା ଭୋଗୁଥିଲେ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ, ତାଳଚେର ପୌରପରିଷଦ ପକ୍ଷରୁ ମାଜିଷ୍ଟ୍ରେଟ୍ ପୋଲିସ୍‌ଙ୍କ ଉପସ୍ଥିତିରେ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ ବହୁବର୍ଷରୁ ଦୋକାନ ବଜାର କରିଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ବ୍ୟବସ୍ଥା କରିବାନେଇ ବ୍ୟବସାୟୀମାନେ ମତପ୍ରକାଶ କରିଛନ୍ତି।

ଅନ୍ୟପଟେ ବଡ଼ବଜାର ଠାରୁ ଆରମ୍ଭକରି ଫାଷ୍ଟଗେଟ୍ ପର୍ଯ୍ୟନ୍ତ ରାସ୍ତାର ଉଭୟପଟେ ସରକାରୀ ଜାଗାରେ ଦୋକାନ ଘର ନିର୍ମାଣ କରିଥିବା ବ୍ୟବସାୟୀଙ୍କୁ କେବେ ଉଚ୍ଛେଦ କରାଯିବ ତାହା ଦେଖିବାକୁ ବାକି ରହିଲା ବୋଲି ମତ ପ୍ରକାଶ ପାଇଛି।