ଅନୁଗୁଳ: ଭୁବନେଶ୍ୱର ଉତ୍କଳ କରାଟେ ସଂଘଠାରେ ଦ୍ୱିତୀୟ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର ରାଇଫଲ କ୍ଲବରୁ ଚୟନ ହୋଇଥିବା ସୁଟର ଭାଗ ନେଇଥିଲେ। ତାଳଚେର ରାଇଫଲ କ୍ଲବର ସ୍ଵାତି ରାଣୀ ଗଡ଼ନାୟକ ସ୍ବର୍ଣ୍ଣ ପଦକ, ଆୟୁଷ୍ମାନ ଦାସ ସ୍ବର୍ଣ୍ଣ ପଦକ, ଶୁଭମ ମହାପାତ୍ର ରୌପ୍ୟ ପଦକ, ସୁଶ୍ରୀ ବୈଷ୍ଣବୀ ମିଳନ ରୌପ୍ୟ ପଦକ, ସୁଶ୍ରୀ ରୀତିକା ରାଜ ବ୍ରୋଞ୍ଜ ପଦକ, ସୋମନାଥ ବାରିକ ବ୍ରୋଞ୍ଜ ପଦକ ଓ ଜିତେନ୍ଦ୍ର ସାମନ୍ତ ବ୍ରୋଞ୍ଜ ପଦକ ପାଇଛନ୍ତି। ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ସମୀର କୁମାର ଜେନା ମାନପତ୍ର ଓ ପଦକ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଗତ ୨୫ରୁ ୨୮ ତାରିଖ ଯାଏଁ ପ୍ରତିଯୋଗିତା ଚାଲିଥିଲା।