ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘ ପକ୍ଷରୁ ସହିଦ ଦିବସ ପାଳିତ, ସହିଦଙ୍କ ପରିବାରକୁ ସମ୍ମାନିତ

By Angul TV Bureau

March 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର ଶତାଧିକ ଅବସରପ୍ରାପ୍ତ ସୈନିକଙ୍କ ପକ୍ଷରୁ ତାଳଚେର  ଦେଉଳବେଡ଼ା ଗ୍ରୀନ୍ ଗ୍ରାସ ଷ୍ଟାଡିୟମ୍ ନିକଟସ୍ଥ ଡିସିଆଇ କ୍ଲବ ଠାରେ ସହିଦ ଦିବସ ପାଳିତ ହୋଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର  ଉପଖଣ୍ଡର ଉପଜିଲ୍ଲାପାଳ ସମୀର କୁମାର ଜେନା, ସମ୍ମାନିତ ଅତିଥି ଭାବେ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ତାଳଚେରର ଚାରି ସହିଦ ରଞ୍ଜନ ମହାନ୍ତି, ଦିବାକର ଗଡ଼ନାୟକ,ସୁଧାକର ବେହେରା ଏବଂ ରାଣା ପ୍ରତାପ ଦାସଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା। ଏଥିସହ କଣିହାଁ ଅଞ୍ଚଳର ୯୪ ବର୍ଷୀୟ ଅବସରପ୍ରାପ୍ତ ସୈନିକ, ଭାସ୍କର ବରାହ ୮୫ ବର୍ଷୀୟ ଯୁଧିଷ୍ଠିର ସାମଲ ଏବଂ ଦୁଇ ବୀର ନାରୀଙ୍କୁ ସମ୍ମାନିତ କରାଯାଇଥିଲା।

ସଂଘର ସଦସ୍ୟ ମଧୁସୂଦନ ମହାନ୍ତି, ଦେବେନ୍ଦ୍ର ସାହୁ, ବିଜୟ ପତି, ମଳୟ ଜେନା, ସୁରେନ୍ଦ୍ର ମହାନ୍ତି, ବିଜୟ ସାହୁ, ତାଳଚେର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା  ସୋଭାଗିନୀ ଦେବୀ, ସାମାଜିକ କର୍ମୀ ରଞ୍ଜିତ ମହାପାତ୍ର, ତାଳଚେର ସହିଦ ମେମୋରିଆଲ ଫୁଟବଲ  ଆସୋସିଏସନର ସଭାପତି ହରେଶ ଦାସ, ଚନ୍ଦନ ପ୍ରଧାନ  ପ୍ରମୁଖ ସହଯୋଗ କରିଥିଲେ।