ମୁଖ୍ୟ ଖବର

ତାଳଚେର ଟ୍ରକମାଲିକ ସଂଘ ନିର୍ବାଚନ ସମାପ୍ତ

By Angul TV Bureau

September 28, 2025

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକମାଲିକ ସଂଘର ନିର୍ବାଚନ ଶନିବାର  ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ସକାଳ ୮:୩୦ରୁ ଅପରାହ୍ଣ ୪ଟା  ପର୍ଯ୍ୟନ୍ତ ୧୩୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦୬୩ ଜଣ ଭୋଟ ଦେଇଥିଲେ। ପ୍ରଶାସନ ଓ ପୋଲିସ ଶାନ୍ତି ବଜାୟ ରଖିଥିବା ବେଳେ ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପାତ୍ର ଓ ଯଦୁମଣି ପାତ୍ର ପ୍ରିଜାଇଡିଙ୍ଗ ଅଫିସର ଭାବେ ପରିଚାଳନା କରିଥିଲେ। ଭୋଟ ଗଣତି ପରେ ଆଜି  ଫଳାଫଳ ଘୋଷଣା ହେବ।