ଅନ୍ୟାନ୍ୟ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ତାଳଚେର ଟ୍ରକ ମାଲିକ ସଂଘର ଶ୍ରଦ୍ଧାଞ୍ଜଳି

By Angul TV Bureau

March 26, 2025

ଅନୁଗୁଳ: ତାଳଚେରର ଟ୍ରକ ମାଲିକ ସଂଘ ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଟ୍ରକ ମାଲିକ ସଂଘର ହଲରେ ସଂଘର ସଭାପତି ଅରବିନ୍ଦ ଭୂତିଆଙ୍କ ନେତୃତ୍ବରେ ଆୟୋଜିତ ଶୋକ ସଭାରେ ସ୍ଵର୍ଗତ ପ୍ରଧାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ରତନ ଶତପଥୀ, ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ନିରଞ୍ଜନ ପ୍ରଧାନ, ନରେନ୍ଦ୍ର ସିଂହ, ବଜରଙ୍ଗ ଅଗରୱାଲା, ସୁରେଶ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ଦାସ, ହୃଦାନନ୍ଦ ଭୂତିଆ, ଦିଲ୍ଲୀପ ମହାପାତ୍ର, ତ୍ରିଲୋଚନ ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।