ଅନ୍ୟାନ୍ୟ

ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ନିଜକୁ ସୁରକ୍ଷା ଦେବା କୌଶଳ ଶିଖିଲେ ଛାତ୍ରୀ

By Angul TV Bureau

January 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଜାନୁଆରୀ ୯ରୁ ଏହି ଶିବିର ଆରମ୍ଭ ହୋଇଥିଲା। ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ କଲେଜର ଅଧ୍ୟକ୍ଷା ଶିବାନୀ ମହାପାତ୍ର ଯୋଗ ଦେଇ ଛାତ୍ରୀଙ୍କ ପାଇଁ ଏହି ପ୍ରଶିକ୍ଷଣ କାହିଁକି ଜରୁରୀ ଓ ଆତ୍ମ ରକ୍ଷା କୌଶଳ ଶିଖିବାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ମୁଖ୍ୟଅତିଥି ଭାବେ ଯୁକ୍ତ ତିନି କଲେଜ ଅଧ୍ୟକ୍ଷ ଭୀମସେନ ଦେହୁରୀ ଯୋଗ ଦେଇ ଆଜିର ଯୁଗରେ ନିଜକୁ ସୁରକ୍ଷା ଦେବାକୁ ଆତ୍ମରକ୍ଷା କୌଶଳ ଶିଖିବା ଜରୁରୀ ବୋଲି କହିଥିଲେ। କ୍ରୀଡ଼ା ଶିକ୍ଷୟିତ୍ରୀ ସୁଷମା ମଞ୍ଜରୀ ଦାସ ଦୀର୍ଘ ଆଠ ଦିନ ଧରି ଶିବିର ପରିଚାଳନା କରିଥିଲେ। ପ୍ରଶିକ୍ଷକ ଭାବେ ରିମା କୁମାରୀ ଓ ଶୁଭଶ୍ରୀ ଭୂତିଆ ଯୋଗ ଦେଇଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପିକା ରଶ୍ମିରେଖା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।