ଅନ୍ୟାନ୍ୟ

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ କର୍ମକର୍ତ୍ତା ଚୟନ, ସଭାପତି ହେଲେ ମଦନ ମୋହନ ସାହୁ

By Angul TV Bureau

April 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ ନୂତନ କର୍ମକର୍ତ୍ତା ଚୟନ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆୟୋଜିତ ହୋଇଛି। ଏ ଅବସରରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ବତନ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ଆୟବ୍ୟୟର ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ନିୟମ ମୁତାବକ, ପୁରୁଣା କର୍ମକର୍ତ୍ତା ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ସଂଘର ସଦସ୍ୟ ଅଜୟ କୁମାର ନାୟକ ଏବଂ ମଣ୍ଟୁ ମହାନ୍ତି ଦାୟିତ୍ଵ ନେଇଥିଲେ। ସଂଘର ବରିଷ୍ଠ ସଦସ୍ୟ ଧୀର ମୋହନ ରାୟଙ୍କୁ ପରିଚାଳନା କରିଥିଲେ।ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ମଦନ ମୋହନ ସାହୁ, ଉପସଭାପତି ଭାବେ ଅଜୟ କୁମାର ନାୟକ, ସାଧାରଣ ସମ୍ପାଦକ ଭାବେ ସୌଭାଗ୍ୟ ଚନ୍ଦ୍ର ନାୟକ, ସହ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଭାବେ ସଞ୍ଜୟ କୁମାର ଦଳେଇ ଏବଂ ଶୟଦ୍ ଯୁଲ୍ଫିକର ହୁସେନ, କୋଷାଧ୍ୟକ୍ଷ ଭାବେ ସୌମିତ୍ର ସେନାପତି, ଅଡିଟର ଭାବେ ବାପୁଜୀ ସାମଲ ଏବଂ ଉପଦେଷ୍ଟା ଭାବେ ଧୀର ମୋହନ ରାୟ ମନୋନୀତ ହୋଇଥିଲେ। ପରେ ସଂଘ ପକ୍ଷରୁ ସଦସ୍ୟଙ୍କୁ ଉପହାର ବଣ୍ଟନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ସଂଘର ସଦସ୍ୟ ବାସୁଦେବ ପ୍ରଧାନ, ମନିଲ ମହାରଣା, ମଣ୍ଟୁ ମହାନ୍ତି, ନିରଞ୍ଜନ ସାମଲ, ରୁଦ୍ର ମୋହନ ଗଡ଼ନାୟକ, ନରୋତ୍ତମ ସାହୁ, ଶିଶିର କୁମାର ସାମଲ, ରାଉତରାୟ ନାଏକ, ରବୀନ୍ଦ୍ର ମହାରଣା, ଦେବ ରଞ୍ଜନ ସାମଲ ଏବଂ ବିକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।