ମୁଖ୍ୟ ଖବର

ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନସ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ

By Biswaranjan Pattnaik

October 18, 2023

ଅନୁଗୁଳ: ଆଜି ସ୍ଥାନୀୟ ସଭାଘର ଠାରେ ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନସର ମୁଖ୍ୟ ତଥା ବିଶିଷ୍ଟ ସମାଜସେବୀ ମହେଶ ଚନ୍ଦ୍ର ଧଳଙ୍କ ପକ୍ଷରୁ ଏକ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା।ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ା ଚୈତନ୍ୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ଡ଼ା ସାହୁ ଶିକ୍ଷା ସଂଗଠନ ଓ ସମାଜ ସେବା କ୍ଷେତ୍ରରେ ମହେଶ ଧଳଙ୍କ ବିଶେଷ ଅବଦାନ ଉପରେ ଆଲୋକ ପାତ କରିବା ସହ ଆଦର୍ଶ ଗ୍ରୁପ୍ କୁ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ଶିକ୍ଷା ପ୍ରତିଷ୍ଠାନ ରୂପେ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ଯୋଗଦେଇ ଆମ ଜିଲ୍ଲାରେ ପ୍ରତିଭାଙ୍କ ଅଭାବ ନାହିଁ,ସେମାନଙ୍କୁ ଚିହ୍ନଟ କରି ତାଙ୍କର ପ୍ରତିଭାକୁ ସ୍ଵୀକୃତି ଦେବାରେ ଆଦର୍ଶ ଗ୍ରୁପ୍ ର ଏପରି କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବର୍ଷୀୟାନ ଲେଖକ ତଥା କୃଷ୍ଣଚକ୍ରର ସମ୍ପାଦକ ଗୋବିନ୍ଦ ରାୟଗୁରୁ ଓ ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଆଦର୍ଶ ଗ୍ରୁପ୍ ର ମୁଖ୍ୟ ମହେଶ ଚନ୍ଦ୍ର ଧଳ। ସେ ନିଜ ବକ୍ତବ୍ୟରେ ଅନୁଗୁଳର ବିଭିନ୍ନ କୋଣ ଅନୁକୋଣରେ ଯେଉଁ ପ୍ରତିଭା ମାନେ ରହିଛନ୍ତି ସେମାନଙ୍କୁ ଖୋଜି ସ୍ଵୀକୃତି ଦେବାପାଇଁ ଆଦର୍ଶ ଗ୍ରୁପ୍ ପକ୍ଷରୁ ଏଇ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ପ୍ରକାଶ କରିଥିଲେ।ଯେଉଁମାନେ ନିଜ ପ୍ରତିଭା ବଳରେ ଜିଲ୍ଲାକୁ ଗୌରବାନ୍ଵିତ କରିବେ ଆଦର୍ଶ ଗ୍ରୁପ୍ ସେମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ସେ ପ୍ରକାଶ କରିଥିଲେ। ଶେଷରେ କୃଷ୍ନଚକ୍ରର ସମ୍ପାଦକ ଗୋବିନ୍ଦ ରାୟଗୁରୁ ସେଚ୍ଛାସେବି ଚିନ୍ମୟୀ ଦାସ,ନାଟ୍ୟ ସଂଗଠକ ଭୂପେଶ୍ ଚନ୍ଦ୍ର ପ୍ରଧାନ,ପରିବେଶବିତ୍ ସ୍ୱପ୍ନା ଷଡ଼ଙ୍ଗୀ,ସ୍ବେଛାସେବୀ ପର୍ଶୁରାମ ଦାଶ,ରୁକେଶ ରୋଷନ୍ ଦାସ ,ନୃତ୍ୟାଙ୍ଗନା ସ୍ଵତ୍ପ୍ନାରାଣୀ ସିହ୍ନା,ଯୋଗ ଗୁରୁ ଅଭୟ ରାୟ ଙ୍କ ସମେତ ଶତାଧିକ ସଫଳ ଚାଷୀ,ପାଲା,କେନ୍ଦରା ,ଦଣ୍ଡନୃତ୍ୟ କଳାକାର,ଜ୍ୟୋତିର୍ବିଦ,ଶିକ୍ଷକ ଆଦିଙ୍କୁ ସମାରୋହରେ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିଶିର କୁମାର ସାହୁ ସଂଯୋଜନା କରିଥିବା ବେଳେ ଆଦର୍ଶ ସ୍କୁଲର ଉପାଧ୍ୟକ୍ଷ ପ୍ରଦୀପ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।