କ୍ରୀଡ଼ା

ତଳମୂଳ ଦୁର୍ଗାମାଧବ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

By Angul TV Bureau

December 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ପିଏମ ଶ୍ରୀ ହାଇସ୍କୁଲ ପଡିଆରେ ଦୁର୍ଗାମାଧବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ତଳମୂଳ ଦୁର୍ଗା ମାଧବ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେବେ ଏବଂ ଆସନ୍ତା ୨୯ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଦୁର୍ଗା ମାଧବ କ୍ରିକେଟ କ୍ଲବ ତରଫରୁ ସୂଚନା ଦିଆଯାଇଛି।

ଏହି ଉଦ୍ଘାଟନୀ ଦିବସରେ ପାଟଲା ସହିତ ତଳମୂଳ ମଧ୍ୟରେ ହୋଇଥିଲା। ଏଥିରେ ପାଟଲା ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୪୯ ରନ୍ ସଂଗ୍ରହ କରିଥିଲା ଜବାବରେ ତଳମୂଳ କ୍ରିକେଟ କ୍ଲବ ୪ ଓଭର ୨ ବଲ ମାଧ୍ୟମରେ ୨ ଓ୍ଵିକେଟ ହରାଇ ନିର୍ଦ୍ଧାରିତ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଏହି ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅନଗୁଳ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ ଏବଂ ସମ୍ମାନିତ ଅତିଥି ହିମାଂଶୁ ଶେଖର ଧଳଦୁର୍ଗା ମାଧବ କ୍ରିକେଟ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଦୀପ୍ତ ପଟନାୟକ ଏବଂ ସମାଜସେବୀ ସନତ ଦାସ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଖେଳରେ ଏମ୍ପାୟର ଥିଲେ ପ୍ରିୟବ୍ରତ ପଟନାୟକ, ଜଗଦୀଶ ବେହେରା। ସୁମିତ ଗଡ଼ନାୟକ ମ୍ୟାଚ ଧାରା ବିବରଣୀ ପ୍ରଦାନ କରିଥିଲେ। ଅଭିଷେକ ଦାସ, ଦିଲ୍ଲୀପ କୁମାର ପଟ୍ଟନାୟକ, ରଞ୍ଜନ କୁମାର ଦାସ, ରାଜୀବ ଦାସ, ରୁନା ଦାସ ସହଯୋଗ କରିଥିଲେ।