ମୁଖ୍ୟ ଖବର

କଠୋର ହେଲା ଟାମଡା ଆଇନ: ପ୍ଲଟିଂ ଜମି ମନଇଚ୍ଛା କିଣିଲେ ହଇରାଣ ନିଶ୍ଚିତ

By Biswaranjan Pattnaik

January 12, 2023

ଅନୁଗୁଳ: ୩୦.୦୫.୨୦୧୭ ପରଠାରୁ ଯେଉଁ ଲୋକମାନେ ବାଇପ୍ଲଟ ଜମି କିଣି ଟାମଡା ଅନୁମୋଦନ ପାଇଁ ଅଫିସ ଦୌଡି ଦୌଡ଼ି ନିରାଶ ହୋଇଥିଲେ ଅବଶ୍ୟ ସେମାନଙ୍କ ପାଇଁ ଏବେ ବାଟ ଫିଟିଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ଚିଠି ସଂଖ୍ୟା ୨୨୩୭୧ ଅନୁସାରେ ଏଣିକି ଟାମଡା ଅନୁମୋଦନ ମିଳିବ କିନ୍ତୁ ଜମି ମାଲିକଙ୍କୁ ପୂର୍ବରୁ ରହିଥିବା ୧ ପ୍ରତିଶତ ବଦଳରେ ବେଞ୍ଚମାର୍କ ମୂଲ୍ୟର ୧୫ ପ୍ରତିଶତ ଅନୁମୋଦନ ଖର୍ଚ୍ଚ ଡିପୋଜିଟ କରିବାକୁ ପଡିବ।

ଏହା ଦ୍ୱାରା ଆମେ କହିପାରିବା ଟାଉନ ଭିତରେ ଗୁଂଠେ ଜମିରେ ଘର କଲେ ଟାମଡାକୁ ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ଦେବାକୁ ପଡିବ। ଖାଲି ଏତିକି ନୁହେଁ ଘରକୁ ସର୍ବନିମ୍ନ ୩୦ ଫୁଟ ଚଉଡାର ରାସ୍ତା ଥିବା ଆବଶ୍ୟକ। ନୂଆ ନିୟମ ଅନୁସାରେ ଯଦି ରାସ୍ତା ଏତିକି ଚଉଡା ନାହିଁ ତେବେ ରାସ୍ତାର ଉଭୟ ପଟରେ ଥିବା ବ୍ୟକ୍ତିଙ୍କୁ ରାସ୍ତା ପାଇଁ ଜାଗା ଛାଡିବାକୁ ପଡିବ ନଚେତ ପ୍ଲାନ ଅନୁମୋଦନ ହେବ ନାହିଁ।

ବର୍ତମାନ ଅନୁଗୁଳ ସହର ଓ ଆଖପାଖରେ ଜମି ମାଫିଆ ମାନେ ଗ୍ରାହକଙ୍କୁ ଲୋଭ ଦେଖାଇ ପ୍ଲଟ ବିକି ଦେଉଛନ୍ତି। ନୂଆ ନିୟମ ନ ଜାଣି ଜମି କିଣିଲେ ଏଣିକି ଲୋକେ ହଇରାଣ ହେବା ନିଶ୍ଚିତ।ଟାମଡାର ଏହି ନୂଆ ଆଇନ ଦ୍ୱାରା ରିଆଲ ଇଷ୍ଟେଟ କାରବାର ପ୍ରଭାବିତ ହେବା ସହ ଆଇନ ଅନୁସାରେ ଘର କରିବା ମହଙ୍ଗା ହୋଇଯିବ।