ଅନୁଗୁଳ: ମଙ୍ଗଳବାର ସକାଳେ ପୁରୁଣାକୋଟ ଥାନା ଅନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜଡ଼ା ଗାଁରେ ଖଜୁରୀ ରସ ଚୋରିକୁ କେନ୍ଦ୍ରକରି ଜଣଜର ଟାଙ୍ଗିଆ ଚୋଟରେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଗଞ୍ଜଡ଼ା ଗାଁର ବଟକୃଷ୍ଣ ଦେହୁରୀ ଖଜୁରୀ ରସ ଓ ତାଡି ବିକ୍ରି କରି ଚଳନ୍ତି।ମଙ୍ଗଳବାର ସକାଳେ ସେ ଦେଖିଲେ ଗଛରେ ଠେକି ଗୁଡିକୁ କିଏ ନେଇଯାଇଛି। ସେ ରାଗରେ ସନ୍ଦେହ କରି ପ୍ରଫୁଲ ଭୋଇକୁ ଗାଳି ଗୁଲଜ କରିଥିଲେ। ଏହି ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପ୍ରଫୁଲ ରାଗିଯାଇ ଟାଙ୍ଗିଆରେ ବଟକୁ ଦୁଇ ଚୋଟ ପକାଇଥିଲ। ଗୁରୁତର ବଟକୁ ପରିବାର ଲୋକେ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।