ଅନ୍ୟାନ୍ୟ

ତନିସ୍କ ଆରମ୍ଭ କଲା ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’: ଏବେ ୨୦% କମ୍ ଦାମରେ କିଣି ପାରିବେ ହୀରା ଅଳଙ୍କାର

By Angul TV Bureau

July 16, 2024

ଅନୁଗୁଳ: ତନିସ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’। ଭାରତର ସର୍ବବୃହତ୍ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କର କାଳଜୟୀ ହୀରା ସହିତ ଜୀବନର ପ୍ରିୟ ଅବସରଗୁଡ଼ିକୁ ପାଳନ କରିବାକୁ ଏହା ସୁଯୋଗ ପ୍ରଦାନ କରୁଛି। ତନିସ୍କ ଉତ୍କୃଷ୍ଟ ହୀରାର ଚମକ ଦ୍ଵାରା ଗ୍ରାହକଙ୍କ ଆଭ୍ୟନ୍ତରୀଣ ଚମକ ଏବଂ ଆନନ୍ଦକୁ ପରିବର୍ଦ୍ଧିତ କରୁଛି।

ତନିସ୍କର ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’ ମାଧ୍ୟମରେ ଗ୍ରାହକ ୧୦,୦୦୦ରୁ ଊର୍ଦ୍ଧ୍ବ ପ୍ରାକୃତିକ ହୀରା ଗହଣାର ବ୍ୟାପକ ଡିଜାଇନ୍‌ରୁ ନିଜ ମନ ପସନ୍ଦର ଗହଣା ଚୟନ କରିପାରିବେ। ପ୍ରତ୍ୟେକ ପସନ୍ଦ ଏବଂ ଅବସର ପାଇଁ ଏଗୁଡ଼ିକ ଉଦ୍ଦିଷ୍ଟ। ଉତ୍କୃଷ୍ଟ ଲାଳିତ୍ୟକୁ ଦର୍ଶାଉଥିବା କାଳଜୟୀ ସଲିଟାୟାରଠାରୁ ଆରମ୍ଭ କରି ବିଶେଷ କଳାକୃତିକୁ ଦର୍ଶାଉଥିବା ଜଟିଳ ମଲ୍ଟି-ଷ୍ଟୋନ୍ ଡିଜାଇନ୍, ପ୍ରତ୍ୟେକ ପିସ୍ ଗହଣା ହୀରାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚମକକୁ ପ୍ରଦର୍ଶିତ କରୁଛି। ନ୍ୟୁନତମ ଡିଜାଇନ୍ ହେଉ ଅବା ଷ୍ଟେଟ୍‌ମେଣ୍ଟ୍‌ ପିସ୍ , ତନିସ୍କ ଆକର୍ଷଣୀୟ ବର୍ଗର କଟ୍, କ୍ୟାରେଟ୍ ଏବଂ ସେଟିଙ୍ଗ୍‌ସ ପ୍ରଦାନ କରୁଛି।

ଏ ଅବସରରେ ତନିସ୍କ ପକ୍ଷରୁ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏହା ସହିତ ଗ୍ରାହକ ୧୦୦% କରେଣ୍ଟ ଭ୍ୟାଲ୍ୟୁ ସହ ନିଜ ପୁରୁଣା ସୁନାକୁ ବଦଳାଇ ଆକର୍ଷଣୀୟ ନୂଆ ହୀରା ଗହଣା ପାଇପାରିବେ । ଏହି ଆକର୍ଷଣୀୟ ହୀରା ଗହଣା ପାଇଁ ଗ୍ରାହକ ନିକଟସ୍ଥ ତନିସ୍କ ଷ୍ଟୋର କିମ୍ବା http://www.tanishq.co.in/diamonds?lang=en_IN କୁ ଯାଇ କିଣାକିଣି କରିପାରିବେ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି।