ଘଟଣା ଓ ଦୁର୍ଘଟଣା

ଟ୍ୟାଙ୍କର୍ ଜବତ, ଚାଳକ ଅଟକ

By Angul TV Bureau

August 08, 2021

ଅନୁଗୁଳ: ଆଠମଲ୍ଲିକ ପୁଲିସ ଶନିବାର ମାଧପୁର ଅଞ୍ଚଳରୁ ଚୋରା ଡିଜେଲ୍ ବୋଝେଇ ଟ୍ୟାଙ୍କର୍ ଜବତ କରିଛି । ଏହି ଘଟଣାରେ ଟ୍ୟାଙ୍କର ଚାଳକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ପୁଲିସ ପ୍ରାୟ ଅଢ଼େଇ ହଜାର ଲିଟର ଚୋରା ଡିଜେଲ୍ ଜବତ କରିଛି। ପ୍ରକାଶ ଯେ, ଶନିବାର ଏକ ଟ୍ୟାଙ୍କର ମାଧପୁର ଅଞ୍ଚଳର ଗଦାଧରପୁର ନିକଟରେ ଏକନିଛାଟିଆ ସ୍ଥାନରେ ପାର୍କିଂ କରି ଡିଜେଲ ବିକ୍ରି କରୁଥିବା ପୁଲିସକୁ ସୂଚନା ମିଳିଥିଲା। ଆଠମଲ୍ଲିକ ଥାନା ଆଇଆଇସି ନିରୋଦ କୁମାର ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଗାଡ଼ି ଜବତ କରିଥିଲେ । ଗାଡ଼ି ଥାନାକୁ ଆଣି ଚାଳକଙ୍କୁ ପଚରାଉଚୁରା କରିଥିଲେ । ଗାଡ଼ିରୁ ପ୍ରାୟ ଅଢ଼େଇ ହଜାର ଲିଟର ଡିଜେଲ୍ ବିକ୍ରି ହୋଇଥିବା ବେଳେ ପୁଲିସ ତା’ ଜବତ କରିଛି । ଗାଡ଼ି ଚାଳକ ରାଜସ୍ଥାନର ସୁନାରାମଙ୍କୁ ଅଟକ ପୁଲିସ ଅଧିକ ତଦନ୍ତ ଚଳାଇଛି।