ମୁଖ୍ୟ ଖବର

ତାନ୍ତ୍ରିକ ଉଲଗ୍ନ ହୋଇ କରୁଥିଲା ପୂଜା ଲୋକେ ନିସ୍ତୁକ ପିଟିଲେ

By Angul TV Bureau

September 08, 2024

ଅନୁଗୁଳ: ସାନ୍ତରାପୂର “ଖ” ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ନୂଆ ବ୍ରିଜ ନିକଟରେ ଥିବା ଏକ ଜୋର ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ତାନ୍ତ୍ରିକ ଉଲଗ୍ନ ହୋଇ ପୂଜା କରୁଥିବା ବେଳେ ଖବର ପାଇ ଗାଁ ଲୋକେ ତାକୁ ନିସ୍ତୁକ ପିଟି ଲହୁ ଲୁହାଣ କରି ଛାଡ଼ି ଥିଲେ। ତେବେ ତାନ୍ତ୍ରିକର ଠିକଣା ନେଇ ନାନା କଥା ଶୁଣିବାକୁ ମିଳୁଥିବା ବେଳେ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତାନ୍ତ୍ରିକକୁ ଦେଖି ଗାଁ ଲୋକେ ଭୟଭୀତ ହେବା ସହ ସେ ବଳି ଦେବା ପାଇଁ କାହାରିକୁ ଆଣି ଥାଇ ପାରେ ବୋଲି ଆଶଙ୍କା କରିଥିଲେ । ତେଣୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତାନ୍ତ୍ରିକ ଉପରେ ଆକ୍ରମଣ କରିଥିଲେ। ମାଡ଼ ଖାଇ ତାନ୍ତ୍ରିକ ଗାଁ ଛାଡି ପଳାଇ ଯାଇଥିଲା।