ଘଟଣା ଓ ଦୁର୍ଘଟଣା

ଜଳିଗଲା ଗ୍ୟାସ ସିଲିଣ୍ଡର ବୋଝେଇ ଟାଟା ଏସିଇ

By Swagatika Samantray

April 03, 2025

କଣିହାଁ: ଅନୁଗୁଳ ଜିଲା କଣିହାଁ ବ୍ଲକ ସମଲ ଥାନା ପବିତ୍ରନଗର ନିକଟ ତାଳଚେର-ପାଳଲହଡା ମୂଖ୍ୟ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟାଟା ଏସିଇ ଗାଡି ଜଳି ଯାଇଛି। ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଥିବା ବେଳେ ଡାଲାରେ ଥିବା ସିଲିଣ୍ଡର ଗୁଡିକ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ଯେ, ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟାଟା ଏସିଇ ଗାଡି (ନମ୍ବର ଜେଏଚ ୦୫ ଡିଇ ୨୮୬୯) ତାଳଚେର ରୁ ଜାମସେଦପୁର ଯାଉଥିଲା। ପବିତ୍ରନଗର ବଜାର ଠାରୁ ୨୦୦ ମିଟର ପୂର୍ବରୁ ରାସ୍ତା ଉପରେ ଗାଡ଼ିଟି କୌଣସି କାରଣରୁ ଜଳି ଯାଇଥିଲା। ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ପହଞ୍ଚି ନାଆଁକୁ ଆୟତ କରିଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ସୁଜିତ ମିଶ୍ରଙ୍କ ନେତୃତ୍ୱରେ ତାଙ୍କ ଟିମ  ବିକ୍ରମ ସାହୁ,ସୁରେନ୍ଦ୍ର କୁମାର ଜେନା,ବିପିନ ମାଝୀ, ଡିଲେଶ୍ୱର ବେହେରା  ପ୍ରମୁଖ ଏହି ନିଆଁକୁ ଆୟତ୍ତ କରିଥିଲେ। ତେବେ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା  ଅନୁମାନ କରାଯାଉଛି।