ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନବିଭାଗ ଶୁକ୍ରବାର ରାତିରେ ଅତର୍କିତ ଚଢ଼ଉ କରି ତେଲିସିଂହା ଗାଁ’ ପାଖରୁ ଚୋରା କାଠ ବୋଝେଇ ଏକ ଟାଟା ଏସିଇ ଜବତ ହୋଇଛି। ଗାଡ଼ିରେ ୩୦ ଖଣ୍ଡ ଶାଗୁଆନ୍ ପଟା ବୋଝେଇ ହୋଇଥିଲା। କୌଣସି ସୂତ୍ରରୁ ସୂଚନା ପାଇ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ ଗତରାତି ସାଢ଼େ ୮ଟା ବେଳେ ସଦଳବଳ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଚାଳକ ଫେରାର ହୋଇଯାଇଥିବା ବେଳେ ଖୁବ୍ଶୀଘ୍ର ତାକୁ ଗିରଫ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି। ଜବତ କାଠର ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।