ମୁଖ୍ୟ ଖବର

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ

By Angul TV Bureau

September 08, 2022

ଭୁବନେଶ୍ୱର: ସ୍ବାସ୍ଥ୍ୟ ସେବା ଦିଗରେ ଆଉ ପାଦେ ଆଗେଇଛି ଓଡ଼ିଶା। ୬୫୦ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ବରରେ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ଟାଟା ମେମୋରିଆଲ ସେଣ୍ଟର (ଟିଏମସି) ମୁମ୍ବାଇ ସହିତ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି ଓଡିଶା ସରକାର । ତେବେ ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ୪୦ ଏକର ଜମି ଯୋଗାଇ ଦେବା ସହ ଭବିଷ୍ୟତ ସଂମ୍ପ୍ରସାରଣ ଲାଗି ଆବଶ୍ୟକ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରିବେ। ତେବେ ଏହି ହସ୍ପିଟାଲ୍ ପ୍ରତିଷ୍ଠାକୁ ନେଇ ଖୁସୀ ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହ ସେ କହିଛନ୍ତି, ଏହା କେବଳ ଓଡିଶାର ଲୋକଙ୍କ ପାଇଁ ନୁହେଁ ବରଂ ସମଗ୍ର ପୂର୍ବ ଭାରତର ଲୋକଙ୍କ ପାଇଁ ମଧ୍ୟ ବହୁତ ସହାୟକ ହେବ। ତେବେ ଚିକିତ୍ସାରେ ରେଡିଓ ଆଇସୋଟୋପର ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଏକ ସାଇକ୍ଲୋଟ୍ରନ୍ ମେସିନ୍ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଏହାସହ ସମର୍ଥନ ଏବଂ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପରମାଣୁ ଶକ୍ତି ବିଭାଗ, ଭାରତ ସରକାର ଏବଂ ନାଇଜରକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।