ମୁଖ୍ୟ ଖବର

କର୍ମଚାରୀଙ୍କୁ କଲବଲ କରୁଛି ଟାଟା ପାୱାର କମ୍ପାନୀ: ବିରୋଧ କରି ଓଡିଶା ପାୱାର ଏମ୍ପଲୟ ୟୁନିଅନ୍ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ

By Angul TV Bureau

October 12, 2023

ଅନୁଗୁଳ: ଅନୁଗୁଳରେ କର୍ମଚାରୀଙ୍କୁ ଶୋଷଣ କରୁଛି ଟାଟା ପାୱାର କମ୍ପାନୀ। ଏହାକୁ ବିରୋଧ କରି ଆଜି ଓଡିଶା ପାୱାର ଏମ୍ପଲୟ ୟୁନିଅନ୍ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି।

ଅଭିଯୋଗ ମୁତାବକ, ଟାଟା ପାୱାର କମ୍ପାନୀ ବର୍ଷେ ନ ପୂରୁଣୁ ପୁରୁଣା ଠିକାଦାରଙ୍କୁ ବାହାର କରି ନୂଆ ଠିକା ସଂସ୍ଥାକୁ କାମ ଦେଉଛି। ସବୁ ଠିକା ସଂସ୍ଥାର ଭିନ୍ନ ନିୟମ। ଏନେଇ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ, ସେ ଭୁଆଁ ବୁଲାଇଲା ଭଳି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ଠିକା କର୍ମଚାରୀ ତାଙ୍କ ଅସୁବିଧା ସମ୍ପର୍କରେ ଅଭିଯୋଗ କଲେ ଅନୁଗୁଳ ଡିଭିଜନରେ ଥିବା ଟାଟା ପାୱାର ଅଧିକାରୀ ‘ଚାକିରି ଛାଡି ଦିଅ’ ବୋଲି କହୁଛନ୍ତି ବୋଲି ଅଭିଯୋଗ ପାତ୍ରରେ ଦର୍ଶାଯାଇଛି।

ଅନ୍ୟପଟେ ଏହି ଘଟଣା ବିଷୟରେ ଏଏଫଏମ ଉମେଶ ଚନ୍ଦ୍ର ଦାସଙ୍କୁ ପଚାରିବାରୁ, ମୁଁ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ପାରିବି ନାହିଁ ବୋଲି କହିଛନ୍ତି।