ଅନ୍ୟାନ୍ୟ

ଟାଟା ସ୍ବେଚ୍ଛାକୃତ ସପ୍ତାହ ପାଳିତ, ମହିଳାଙ୍କୁ ବଣ୍ଟାଗଲା ସାକ୍ଷରତା ପ୍ରମାଣପତ୍ର

By Angul TV Bureau

March 23, 2025

ଅନୁଗୁଳ: ଅନୁଗୁଳ ଟିପିସିଓଡିଏଲରେ ସ୍ବେଚ୍ଛାକୃତ ସପ୍ତାହ ଓ ମହିଳା ସାକ୍ଷରତା ପ୍ରମାଣପତ୍ର ବଣ୍ଟନ ସମାରୋହ ପାଳିତ ହୋଇଛି। ସମାରୋହରେ ଟିପିସିଓଡିଏଲ ସିଏସଆର ବିଭାଗ ମୁଖ୍ୟ ପ୍ରଦୀପ କୁମାର ଘୋଷାଲ, ସମ୍ମାନିତ ଅତିଥି ରୂପେ ସଂସ୍ଥାର ଡିଭିଜନାଲ ମ୍ୟାନେଜର ମାନସ ରଞ୍ଜନ କର, ସିଏସଆର ବିଭାଗର ଅନ୍ୟତମ ବରିଷ୍ଠ ଅଧିକାରୀ ରଶ୍ମି ପଟ୍ଟନାୟକ, ସୌରଭ ଦେବଦର୍ଶୀ, ମହିଳା ସାକ୍ଷରତା କେନ୍ଦ୍ର କାର୍ଯ୍ୟକାରୀ ସହଭାଗୀ ଲିଓରା ଫାଉଣ୍ଡେସନର ଅଧ୍ୟକ୍ଷ ଡା ଓରଦ୍ୟୁମ୍ନ କେଶରୀ ମହାରାଜ, ଉପାଧ୍ୟକ୍ଷା ବିଦ୍ୟା ରାୟ, ସଂଯୋଜିକା ସୋନାଲି ରାୟ ପ୍ରମୁଖ ଉପସ୍ଥିତ ଥିଲେ।ସମାବେଶରେ ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ମହିଳା ଭାଗ ନେଇଥିଲେ।

ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ଟେରାକୋଟା, ପନିପରିବା, ପିଠା ପଣା ଆଦି ପ୍ରଦର୍ଶିତ ହୋଇଥିଲା। ଶେଷରେ କୃତି ମହିଳା ସଦସ୍ୟ ଓ ଟ୍ରେନରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।