ମୁଖ୍ୟ ଖବର

ଶିକ୍ଷକ ଭବନ ରାସ୍ତା ଏବେ ଅସାମାଜିକଙ୍କ ଆଡ୍ଡା

By Biswaranjan Pattnaik

September 20, 2022

ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରୁ ଶିକ୍ଷକ ଭବନ ରାସ୍ତାଟି ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଏଥିନେଇ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ କର୍ତ୍ତୃପକ୍ଷ।

ଯେଉଁ ଖାଉଟି ମାନେ ବିଚାର ମଞ୍ଚରେ ଅଭିଯୋଗ କରିବାକୁ ଆସୁଛନ୍ତି ସେହି ରାସ୍ତାରେ ଶିକ୍ଷକ ଭବନ ନିକଟରେ କିଛି ଗୁଣ୍ଡା ଶ୍ରେଣୀର ଯୁବକ ସେମାନଙ୍କୁ ଅଟକାଇ ଧମକ ଚମକ ଦେଉଛନ୍ତି। ରାତି ହେଲେ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଅନ୍ଧାରୁଆ ଥିବାରୁ ଏହି ସ୍ଥାନରେ ନିଶାଖୋର ଲୋକଙ୍କ ଆଡ୍ଡା ପାଲଟିଛି। ଖାଉଟି ବିବାଦ ବିଚାର ମଞ୍ଚ ପକ୍ଷରୁ ଏହାର ପ୍ରତିକାର ପାଇଁ ଦାବି କରାଯାଇଛି।