ଅନ୍ୟାନ୍ୟ

ପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଘରକୁ ପଳାଉଛନ୍ତି ଶିକ୍ଷୟିତ୍ରୀ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

By Angul TV Bureau

June 01, 2022

ତାଳଚେର : ବିଦ୍ୟାଳୟକୁ ପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଯାଉଛନ୍ତି ଶିକ୍ଷୟିତ୍ରୀ। ଆଉ ଏହି ଦୃଶ୍ୟର ଭିଡିଓ କଏଦ ହୋଇଛି ସିସିଟିଭିରେ। ସ୍ଥାନୀୟ ପାଟରା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଏଭଳି କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏହି ସ୍କୁଲରେ କିଛି ଶିକ୍ଷୟିତ୍ରୀ ଅସାଧୁ ଉପାୟ ଅବଲମ୍ବନ କରି ଖାତା କଲମରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯାଇଛି ବୋଲି କହି ଦୀର୍ଘ ବର୍ଷ ଧରି ଖାଦ୍ୟ ସାମଗ୍ରୀ ଗୁଡିକୁ ହରିଲୁଟ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଜାମ୍ବୁବନିଆଁ ସ୍ଥିତ ପାଟରା ସାହି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ସ୍କୁଲ ଛୁଟି ହେବା ପରେ ଶିକ୍ଷୟିତ୍ରୀ କଲ୍ୟାଣି ସିଂ ନିଜ ସ୍କୁଟିରେ କିଛି ଅଣ୍ଡା ଲୁଚାଇ ନେଉଥିବା ସିସି ଟିଭିରେ ଦେଖିବାକୁ ମିଳିଛି। ଏନେଇ ମେ ୧୩ ରେ କାଉନସିଲର ମମତା ରାଉତ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ପ୍ରଶାସନ ତୁରନ୍ତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।