ଅନ୍ୟାନ୍ୟ

ସମର୍ପଣ ଏକାଡେମୀରେ ଗୁରୁ ଦିବସ ପାଳିତ, ୨ ଶିକ୍ଷକ ଶ୍ରେଷ୍ଠ ଶିକ୍ଷକ ସମ୍ମାନିତ

By Angul TV Bureau

September 06, 2026

ଅନୁଗୋଳ: ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେମୀ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଭାଘର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ, ସହ ନିର୍ଦ୍ଦେଶକ ପାର୍ଥ ସାରଥୀ ରାଉତ ଏବଂ ଉପଦେଷ୍ଟା ମଦନମୋହନ ଦେଓ ଅତିଥି ଭାବେ ଯୋଗ ଦେଇ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ। ଗୁରୁଙ୍କ ଶିକ୍ଷା, ଶୃଙ୍ଖଳା ଓ ଆଦର୍ଶ ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ମୁଖ୍ୟ ଆଧାର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଛାତ୍ରଛାତ୍ରୀମାନେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଗୁରୁପୂଜନ କରିଥିଲେ। ଚଳିତ ଶିକ୍ଷାବର୍ଷରେ ଅନୁଷ୍ଠାନ ପ୍ରତି ସମର୍ପିତ ସେବା ପାଇଁ ଜିତେନ୍ଦ୍ର ଖଟୁଆ ଓ ଦେବସ୍ମିତା ଦେବତାଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ କୋଅର୍ଡିନେଟର ଭବାନୀ ଶଙ୍କର ସାହୁ, ନୀତୀଶ ଚନ୍ଦ୍ର ବେହେରା, ବୀରେନ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।