କଳା ଓ ସଂସ୍କୃତି

ଗଣପତି ଗୁରୁକୁଳମରେ ଗୁରୁ ଦିବସ ପାଳିତ: ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

By Angul TV Bureau

September 05, 2023

ଅନୁଗୁଳ: ଆଜି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ସ୍ଥାନୀୟ ଗଣପତି ଗୁରୁକୁଳମଠାରେ ଗୁରୁ ଦିବସ ବେଶ୍ ଆଡ଼ମ୍ବର ସହକାରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରିବା ସହ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ।

ଏ ଅବସରରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିପରି ଉଜ୍ଜ୍ୱଳ ହେବ ଓ ସେମାନେ କିପରି ପଥର୍ଭଷ୍ଟ ନ ହେବେ, ସେ ବିଷୟରେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ପୋଷାକ ପରିଧାନ କରି ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ଦେଖାଯାଇଛି।