ମୁଖ୍ୟ ଖବର

୨୧ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକଙ୍କ ଗଣଧାରଣା

By Biswaranjan Pattnaik

February 03, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଧ୍ୟମିକ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଭିନ୍ନ ସମସ୍ୟା ସହ ୨୧ ଦଫା ଦାବି ନେଇ ଗଣଧାରଣାରେ ବସିଛନ୍ତି।

ସୂଚନା ମୁତାବକ, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା) ଜିଲ୍ଲାର ୮ ଟି ବ୍ଲକର ସମସ୍ତ ସଦସ୍ୟ ଆଜି ଦିନ ୧୨ଟାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଗଣଧାରଣା ଦେଇଛନ୍ତି। ଏଥିସହ ବିଭିନ୍ନ ଦାବି ସମ୍ବନ୍ଧିତ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଓ ବିଭାଗୀୟ ସଚିବକୁ ପ୍ରଦାନ କରାଯାଇଛି। ଜିଲ୍ଲା ସଂପାଦକ ତ୍ରିଲୋଚନ ଦାସଙ୍କ ଆହ୍ବାନରେ ଏବଂ ସଭାପତି ଭାସ୍କର ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଦିଆଯାଇଥିବା ଏହି ଗଣଧାରଣାରେ ଜିଲ୍ଲାର ୩୦୦ ରୁ ଊର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ।