ଅନ୍ୟାନ୍ୟ

ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା,  ଯୋଗ ଦେଲେ ୨୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ

By Angul TV Bureau

March 07, 2025

ଅନୁଗୁଳ: ଅନୁଗୁଳ ବ୍ଲକ ମାଟିଆସାହି କ୍ଲଷ୍ଟର ଅନ୍ତର୍ଗତ ପୁରୁଣାଗଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାଏକ କର୍ମଶାଳା ଉଦଘାଟନ କରିଥିଲେ। ସିଆରସିସି ବିନୟ କୁମାର ନାୟକ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କ୍ଲଷ୍ଟରର ପ୍ରାୟ ୨୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଶାଳାରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସଂସାର ଭୋଇ ଏବଂ ଶିବ ରାମ ମାଝୀ କର୍ମଶାଳା ପରିଦର୍ଶନ କରିଥିଲେ।