ଘଟଣା ଓ ଦୁର୍ଘଟଣା

ଶିକ୍ଷୟିତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ

By Angul TV Bureau

April 29, 2026

ଅନୁଗୁଳ: ସ୍ଥାନୀୟ ଗାନ୍ଧୀମାର୍ଗ ସରସ୍ବତୀ ଶିଶୁ ମନ୍ଦିରରେ ଚାଲିଥିବା ଆବାସିକ ଆଚାର୍ଯ୍ୟ କର୍ମଶାଳାରେ ଯୋଗ ଦେଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ନୂଆଗାଁ ଥାନା ଅଲଣା ଗାଁର ମମତା ମଞ୍ଜରୀ ଲେଙ୍କା(୫୪)। ସେ ଅନୁଗୁଳ ସରସ୍ବତୀ ଶିଶୁ ମନ୍ଦିରରରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ।

ସୂଚନା ଅନୁସାରେ, ସେ ଶିଶୁ ମନ୍ଦିରରେ ରହି କର୍ମଶାଳାରେ ଭାଗ ନେଉଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ସେ ଶୌଚ ହେବାକୁ ଶୌଚାଳୟ ଯାଇଥିଲେ। କିଛି ସମୟ ପରେ ଅନ୍ୟ କର୍ମଚାରୀ ତାଙ୍କୁ ଶୌଚାଳୟରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନୁଗୁଳ ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।