ଅନ୍ୟାନ୍ୟ

ଶିକ୍ଷୟିତ୍ରୀଙ୍କ ଅକାଳ ଵିୟୋଗ

By Biswaranjan Pattnaik

June 21, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବେଡ଼ା ଶାସନ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏଲୋରା ଯଶମାଳିନୀ ଗଡନାୟକଙ୍କ ଗତ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଗୋଟିଏ କନ୍ୟା ଶିଶୁକୁ ଜନ୍ମ ଦେବାପରେ ସେ ଅସୁସ୍ଥ ହୋଇପଡିଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା। କୋଶଳା ଉଦୟନାଥ ଗଡନାୟକଙ୍କ କନ୍ୟା ଏଲୋରା ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ ରୂପେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ପୁରୀ ସ୍ଵର୍ଗ ଦ୍ୱାର ଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଏଲୋରାଙ୍କ ପରଲୋକରେ ବେଡ଼ା ଶାସନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମାନସୀ ନନ୍ଦଙ୍କ ସଭାପତିତ୍ୱରେ ଏକ ଶୋକ ଶୋଭା ଆୟୋଜନ କରାଯାଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା।