ମୁଖ୍ୟ ଖବର

ହ୍ୟାକ ହେଉଛି ଟେଲିଗ୍ରାମ ଆକାଉଣ୍ଟ

By Angul TV Bureau

August 03, 2025

ଅନୁଗୁଳ: ବର୍ତ୍ତମାନ ଯୁଗରେ ସାମାଜିକ ଗଣମାଧ୍ୟମ ସମସ୍ତଙ୍କ ଭିତରେ ଯୋଗାଯୋଗର ମୂଳସୁତ୍ର ପାଲଟିଛି। ଏପରିକି ଘଣ୍ଟାଏ ହେଲେ କେହି  ବିନା ସାମାଜିକ ଗଣମାଧ୍ୟମରେ ରହିବା ଅସମ୍ଭବ ହୋଇ ପଡିଛି। ଫେସବୁକ, ହ୍ଵାଟ୍ସଆପ, ଟେଲିଗ୍ରାମ ଭଳି ଅନେକ ସାମାଜିକ ଗଣମାଧ୍ୟମ  ପ୍ଲାଟଫର୍ମରେ ବର୍ତ୍ତମାନ ଯୁବକ ଠାରୁ ବୟସ୍କ ସମସ୍ତେ ଆକ୍ଟିଭ ରହୁଛନ୍ତି। ଏହାର ଫାଇଦା ନେଇ କେତେକ ସାଇବର ଅପରାଧୀ ଏହି ସବୁ ଆକାଉଣ୍ଟକୁ ବର୍ତ୍ତମାନ ହ୍ୟାକ କରିବାରେ ଲାଗିଛନ୍ତି।

ମୁଖ୍ୟତଃ ବର୍ତ୍ତମାନ ଗ୍ରାମଞ୍ଚଳରୁ ସହରାଞ୍ଚଳ ସବୁଠି ଟେଲିଗ୍ରାମ ଆକାଉଣ୍ଟ ହ୍ୟାକ ହେଉଥିବା ଅଭିଯୋଗ ହେଉଛି। ପ୍ରଥମେ ଟେଲିଗ୍ରାମ ଆକାଉଣ୍ଟରେ ଥିବା ସମସ୍ତ ବନ୍ଧୁ ମାନଙ୍କୁ ହାୟ ମେସେଜ ଆସୁଛି। ପରେ ଏକ ଲିଙ୍କ ଆସୁଛି, ଯାହା ଉପରେ କ୍ଲିକ କରିବାକୁ କୁହାଯାଉଛି। ଏହା ମଧ୍ୟରେ କିଛିଦିନ ପରେ କ୍ଲିକ କରିଥିବା ଆକାଉଣ୍ଟ ମଧ୍ୟ ହ୍ୟାକ ହେଉଛି। ଆକାଉଣ୍ଟ ଧାରୀଙ୍କ ଅଜ୍ଞାତସାରରେ ଏହି ସବୁ ମେସେଜ ଯାଉଥିବା ବେଳେ ବର୍ତ୍ତମାନ ଲୋକେ ଟେଲିଗ୍ରାମ ଚଳାଇବାକୁ ଭୟ କରିଲେଣି।