ଅନ୍ୟାନ୍ୟ

କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ଆସିବେ ୧୦ ରାଜସ୍ବ ଅଧିକାରୀ

By Biswaranjan Pattnaik

May 19, 2021

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଛି। ନିୟମିତ ଭାବେ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଜିଟିଭ ହାର ବି ଅଧିକ ରହୁଛି । ତେଣୁ କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ୧୦ ଜଣ ଓଆରଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭିନ୍ନ ଜିଲ୍ଲାରୁ ଏହି ଅଧିକାରୀମାନେ ଆସି ଅନୁଗୁଳରେ କୋଭିଡ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଲେଶ୍ବରର ଆସିଷ୍ଟାଣ୍ଟ କଲେକ୍ଟର କମଳ ବିହାରୀ ଦାଶ, ବିଶ୍ବନାଥ ବିଶ୍ବାଳ, କଟକରେ ଥିବା ଆସିଷ୍ଟାଣ୍ଟ କଲେକ୍ଟର ଲଗ୍ନଜିତ ବେହେରା, ଯାଜପୁରର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଓ ପୁରୀର ଆସିଷ୍ଟାଣ୍ଟ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ସାହୁ ଅନୁଗୁଳ ଆସିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଢେଙ୍କାନାଳର ଆସିଷ୍ଟାଣ୍ଟ କଲେକ୍ଟର ଶାଶ୍ବତ ଦାସ, ହରିହର ପଞ୍ଚୁଆତି, ନୟାଗଡର ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ଦଳବେହେରା, ସମ୍ବଲପୁରର ଆସିଷ୍ଟାଣ୍ଟ କଲେକ୍ଟର ଆଦିତ୍ୟ କୁମାର ପଣ୍ଡା ଓ ଜଗତସିଂହପୁରର ଆସିଷ୍ଟାଣ୍ଟ କଲେକ୍ଟର ଅକ୍ଷୟ କୁମାର ବଡୁ ଅନୁଗୁଳ କୋଭିଡ୍ ପରିଚାଳନାରେ ସାମିଲ ହେବେ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଧିକାରୀମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଅଧୀନରେ କାମ କରିବେ ବୋଲି ଜଣାପଡ଼ିଛି।