ଅନୁଗୁଳ: ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ୬ ବର୍ଷ ତଳର ଏକ ମାମଲାର ଶୁଣାଣି କରି ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।
ସୂଚନା ମୁତାବକ, ୨୦୧୮ ନଭେମ୍ବର ୧୭ ତାରିଖ ଦିନ ସକାଳ ୬ ଟା ବେଳେ ଅନୁଗୁଳ ଜିଲ୍ଲା କଲିଆରି ଥାନା ଅନ୍ତର୍ଗତ ସେଣ୍ଟ୍ରାଲ କଲୋନୀର ସୁଦର୍ଶନ ନାଏକଙ୍କ ପୁଅ ସୁଶୀଲ ନାଏକ(୨୬) ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ଘରେ କେହି ନଥିବା ସମୟରେ ଘରେ ପଶି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏଥିସହ ଘରେ କିମ୍ବା ବାହାରେ ପ୍ରକାଶ କଲେ ଜୀବନରେ ମାରିଦେବାର ଧମକ ଦେଇ ଫେରାର ହୋଇଯାଇଥିଲା। ଏ ନେଇ ନାବାଳିକା ପରିବାର ଲୋକଙ୍କୁ ୬ ଦିନ ପରେ ଜଣାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ନାବାଳିକାକୁ ନେଇ କଲିଆରି ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ସେହି ଆଧାରରେ ପୋଲିସ ଆଇପିସି ଓ ପୋକସୋ ଆକ୍ଟ ଅନୁଯାୟୀ କେଶ ରୁଜୁ କରି ଅଭିଯୁକ୍ତ ସୁଶୀଲ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ସୁଶୀଲ ନାଏକକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୬ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି କେସକୁ ସ୍ପେଶାଲ ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।