ମୁଖ୍ୟ ଖବର

ଶବ ବାହକ ଗାଡି ନ ମିଳିବାରୁ ଡାକ୍ତରଖାନାରେ ଉତ୍ତେଜନା

By Biswaranjan Pattnaik

April 29, 2023

ଅନୁଗୁଳ: ଦୁଇ ଦୁଇଟି ଶବ ପଡିଛି ୱାର୍ଡରେ କିନ୍ତୁ ଶବ ବାହକ ଗାଡି ନାହିଁ ଜିଲ୍କା ମୁଖ୍ୟ ଚିକିତ୍ସାଳୟରେରେ। ଶବ ଅଧ ଘଣ୍ଟା କି ଘଣ୍ଟାଏ ନୁହଁ ପାଖାପାଖି ଚାରି ଘଣ୍ଟା ହେବ ଶବ ପାଇଁ ଗାଡି ଦରାଣ୍ଡୁଛନ୍ତି ରୋଗୀଙ୍କ ସମ୍ପର୍କୀୟ।ଘଟଣାରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଇପିଡ଼ିରେ ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ବେଳକୁ କମ ସମୟ ବ୍ୟବଧାନରେ ଗୋଳାବନ୍ଧର ଆଦର ବାରିକ(୭୫)ଓ ଶାକସିଙ୍ଗାର ବନିତା ବେହେରା(୨୬)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିନ୍ତୁ ଶବ ଘରକୁ ନେବାପାଇଁ ଡାକ୍ତରଖାନା ର ମହାପ୍ରୟାଣ ଗାଡି ଅନ୍ୟ ଏକ ଶବ ନେଇ ଯାଇଥିବା ବେଳେ ଘରୋଇ ଗାଡି ମିଳି ନ ଥିଲା। ଡାକ୍ତରଖାନା ପଛ ଗେଟ ସାମନାରେ ପାର୍କିଙ୍ଗ କରୁଥିବା ଘରୋଇ ଶବ ବାହକ ଗାଡି ଗୁଡିକୁ ଆଜି ପୋଲିସ ଟ୍ରାଫିକ ସମସ୍ୟା ହେଉଥିବା ଦର୍ଶାଇ ବାହାର କରିଦେଇଥିଲା।ଏଭଳି ଅବସ୍ଥାରେ ମୃତକଙ୍କ ସମ୍ପର୍କୀୟ ମାନେ ବାଇକରେ ଶବ ନେବାକୁ ଉଦ୍ୟମ କରିଥିଲେ କିନ୍ତୁ ସେମାନଙ୍କୁ ସିକ୍ୟୁରୀଟି ଛାଡ଼ି ନ ଥିଲେ। ଫଳରେ ଉତ୍ତେଜନା ବଢିଥିଲା। ଖବର ପାଇ ହସ୍ପିଟାଲ ନ୍ୟାନେଜର ଦେବାଶିଷ ଦାସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଅନୁଗୁଳ ଡାକ୍ତର ଖାନାରେ ଦ୍ଵିତୀୟ ଶବ ବାହକ ଗାଡି ପାଇଁ ପ୍ରଶାସନକୁ ଆଗରୁ ଅବଗତ କରା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡି ବ୍ୟବସ୍ଥା ହୋଇ ପାରି ନାହିଁ।