ଘଟଣା ଓ ଦୁର୍ଘଟଣା

ଏଜିଏସ ସିକ୍ୟୋର୍ ଗାଡ଼ି ଧକ୍କାକୁ ନେଇ ଉତ୍ତେଜନା

By Biswaranjan Pattnaik

March 07, 2023

ଅନୁଗୁଳ: ଆଜି ଦିନ ଦଶଟା ସମୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସମ୍ମୁଖ ରାସ୍ତାରେ ଏକ ଏଜୀଏସ ସିକ୍ୟୋର ଗାଡ଼ି ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଚାଳକ ଓ ପଛରେ ବସିଥିବା ମହିଳା ଆରୋହୀ ଛିଟିକି ପଡ଼ିଥିଲେ। ଏହାପରେ ଏଜୀଏସ ଗାଡ଼ି ଡ୍ରାଇଭର ଓହ୍ଲେଇ ବାଇକରେ ଯାଉଥିବା ପୁରୁଷ ଓ ମହିଳାଙ୍କୁ ଗାଳି ଗୁଲଜ କରିଥିଲେ।ଏଥିରେ ଉତ୍ତ୍ୟକ୍ତ ହୋଇ ଆରୋହୀ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ।ସେମାନେ ଆସିବା ପରେ ଡ୍ରାଇଭରକୁ ଭୁଲ ମାଗିବାକୁ କହିଥିଲେ। ମାତ୍ର ମାଡ଼ ଡରରେ ଚାଳକ ଗାଡିରୁ ବାହାରି ନଥିଲେ। ଫଳରେ ଉତ୍ତେଜନା ବଢିଥିଲା ଏବଂ ଟ୍ରାଫିକ ଜାମ୍ ହୋଇଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଖବର ପାଇ ପହଞ୍ଚିଥିଲା। ଉଭୟ ପକ୍ଷଙ୍କୁ ବୁଝାଇ ଥାନାକୁ ନେବା ସହ ଟ୍ରାଫିକ ଜାମ ହଟାଇ ଥିଲା ।