ମୁଖ୍ୟ ଖବର

ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

By Angul TV Bureau

November 14, 2024

ଅନୁଗୁଳ: ଅନୁଗୁଳ ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ିଯାଇଛି। ତେବେ ଏଥିରେ କୌଣସି କର୍ମଚାରୀ ମୃତାହତ ହୋଇନଥିବା ସୂଚନା ମିଳିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି।

ସୂଚନା ମୁତାବକ, ରାତି ପ୍ରାୟ ୮ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ନାଲକୋ ସିପିପି ଓ ସ୍ମେଲଟରର ସମସ୍ତ ଦମକଳ ପହଞ୍ଚିଥିଲେ। ପ୍ରାୟ ୧ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ପରେ ବିଦ୍ୟୁତ ସରବରାହ ବନ୍ଦ କରି ଘଟଣାସ୍ଥଳ ସଂଲଗ୍ନ ଚାରି ପାଖକୁ ନିଷିଦ୍ଧ ଅଂଚଳ କରାଯାଇଛି। ନାଲକୋ ଜିଜିଏମ ସଚ୍ଚିଦାନନ୍ଦ, ସେଫ୍ଟ ବିଭାଗ ଅଧିକାରୀ ଶ୍ରୀ ସିହ୍ନା ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି।