ମୁଖ୍ୟ ଖବର

ଅନୁଗୁଳ ହସ୍ପିଟାଲରେ ଖୋଲିଲା କିନ୍ନର ୱାର୍ଡ, ଓଡ଼ିଶାରେ ପ୍ରଥମ

By Biswaranjan Pattnaik

February 10, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି।କିନ୍ନରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ୱାର୍ଡ ଓଡ଼ିଶାରେ ପ୍ରଥମଥର ପାଇଁ ଖୋଲା ଯାଇଛି ବୋଲି କୁହା ଯାଉଛି। ଏଭଳି ଏକ ୱାର୍ଡ ଖୋଲିବାକୁ ସ୍ଵେଚ୍ଛାସେବୀ ଚିନ୍ମୟୀ ସିଡିଏମଓଙ୍କ ନିକଟରେ ଦାବି କରିଥିଲେ। ହସ୍ପିଟାଲ ମ୍ୟାନେଜର ସୋମ୍ୟାଶ୍ରି ପ୍ରଧାନ ଏବଂ ଦେବାଶିଷ ଦାସ ଏହି ୱାର୍ଡକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ଦିନ ଦୁଇ ଜଣ କିନ୍ନର ରୋଗୀ ଆଡ଼ମିଶନ ନେଇଛନ୍ତି। ଏହି ୱାର୍ଡରେ ଟଏଲେଟ୍‌ର ମଧ୍ୟ ବ୍ୟବସ୍ଥା ରହିଛି। ମେଡିକ୍ସ ଭଳି ଘରୋଇ ସଂସ୍ଥା ଏଡ୍‌ସର ସଚେତନତା,ସେମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଏବଂ ଏଡ୍‌ସ ଆକ୍ରାନ୍ତଙ୍କୁ ଏଆରଟି ଔଷଧ ପ୍ରଦାନ କାମ କରୁଥିଲେ ମଧ୍ୟ ଆଜିଯାଏ କୌଣସି ସରକାରୀ ହସ୍ପିଟାଲରେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡର ବ୍ୟବସ୍ଥା ହୋଇପାରିନଥିଲା। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡ଼ାପ୍‌ସୁର ସଂଯୋଜିକା ପ୍ରମିଳା ହୋତା, ସ୍ଵେଚ୍ଛାସେବୀ ବାପୁଜୀ ପ୍ରଧାନ ଓ ଚିନ୍ମୟୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।