ମୁଖ୍ୟ ଖବର

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଜିଲ୍ଲାସ୍ତରୀୟ “କୃତୀ ଦ୍ୟୋତନୀ” ମହାମହୋତ୍ସବ

By Angul TV Bureau

December 14, 2025

ଅନୁଗୁଳ: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଅନୁଗୁଳ ଜିଲ୍ଲାସ୍ତରୀୟ ପୁଣ୍ୟ “କୃତୀ ଦ୍ୟୋତନୀ” ମହୋତ୍ସବ ତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୮ତମ ଆବିର୍ଭାବ ମହୋତ୍ସବ ସ୍ଥାନୀୟ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଉତ୍ସବ କମିଟିର ଆବାହକ ଭୋଳେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧର୍ମସଭାରେ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇ ସୁସ୍ଥ ସମାଜ ଗଠନ ଦିଗରେ ସତସଙ୍ଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।

ଆଜି ସକାଳୁ ନଗର କୀର୍ତ୍ତନ ସମେତ ବେଦ ମାଙ୍ଗଳିକ, ସମବେତ ଉଷାବିନତି ଓ ସଦ୍‌ଗ୍ରନ୍ଥ ପାଠ, ଭଜନ, କୋରସ, କୀର୍ତ୍ତନ, ଅନୁଭୂତିର କଥା, ଦୀକ୍ଷାପତ୍ର କାର୍ଯ୍ୟକ୍ରମ, ମାତୃ ସମ୍ମିଳନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଉତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୨ହଜାରରୁ ଅଧିକ ଭକ୍ତ, ଗୁରୁ ଭାଇ ମାଆ ଯୋଗ ଦେଇଥିଲେ।