ଅନୁଗୁଳ: ଠାକୁରଗଡ ଷୋଳପଦା ମହାବିଦ୍ୟାଳୟର ୨୦୦୮ ମସିହାର ସମସ୍ତ ଛାତ୍ରଛାତ୍ରୀ ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ ରବିବାର ଦିନ ଠାକୁରଗଡ଼ ଗ୍ରାମୀଣ ପାର୍କଠାରେ ଏକ ବନ୍ଧୁ ମିଳନ ଆୟୋଜିତ କରିଥିଲେ। ଏଥିରେ ସମସ୍ତେ ନିଜ ନିଜର ପରିବାର ସହ ଆସି ୧୭ ବର୍ଷ ପରେ ଏଭଳି ଆୟୋଜନ କରି ନିଜର ଅନୁଭୂତି ବାବଦରେ ଅଲୋଚନା କରିଥିଲେ।
ପୁରାତନ ଛାତ୍ର ଛାତ୍ରୀ ଇତିଶ୍ରୀ ସାହୁ ଏବଂ ସୌରଭ ମିଶ୍ର ସଭାପତିତ୍ୱରେ ଏହି ଆୟୋଜନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତା ସାହୁ, ସୁନିଲ ବେହେରା, ତଅପୋଇ ସାହୁ, କାମାକ୍ଷା ନାୟକ, ବୀଣାପାଣି ମାଝୀ, ସୁଚିସ୍ମିତା ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ମୌସୁମୀ ନାୟକ, ଅଳକା ନାୟକ, ନିଶିକାନ୍ତ ସାହୁ, ରଞ୍ଜନ ନାୟକ, ନାରାୟଣ ନାୟକ, ସୁବାଷ ମେହେର, ଲିଙ୍ଗରାଜ ସାହୁ, ବେଣୁଧର ମାଝୀ, ସଦ୍ୟସ୍ନାତା, ପ୍ରଧାନ, ସୌଭାଗିନୀ ପ୍ରଧାନ, ସୁନିତା ପ୍ରଧାନ, ସୁନିତା ପ୍ରଧାନ, ରଶ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।