କ୍ରୀଡ଼ା

ଠାକୁରଗଡ଼ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସାନହୁଲାକୁ ହରାଇ ଆନନ୍ଦପୁର ଚାମ୍ପିୟନ

By Angul TV Bureau

March 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଠାକୁରଗଡ଼ କ୍ରିକେଟ ଟିମ୍ ଆନୁକୂଲ୍ୟରେ ଚାଲିଥିବା ରାତ୍ରିକାଳୀନ କ୍ରିକେଟ ଉଦଯାପିତ ହୋଇଛି। ଉତ୍ସବରେ ଆଠମଲ୍ଲିକ ବାର ଆସୋସିଏସନର ସଭାପତି ଆଡଭୋକେଟ୍ ସୁଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ଖେଳରେ ୧୨ ଗୋଟି କ୍ରିକେଟ ଟିମ୍ ଭାଗ ନେଇଥିବା ବେଳେ ଫାଇନାଲକୁ ଯାଇଥିଲା ସାନହୁଲା ଓ ଆନନ୍ଦପୁର। ସାନହୁଲାକୁ ହରାଇ ଆନନ୍ଦପୁର ଚାମ୍ପିୟନ ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ବିଭୂ ସେନାପତି, ପୂର୍ବତନ ଖେଳ ଶିକ୍ଷକ ଦିବାକର ପ୍ରଧାନ, ସମାଜସେବୀ ଶତ୍ରୁଘନ ସାହୁ, ଦିଲ୍ଲୀପ ଖୁଣ୍ଟିଆ, ଶୁଭକାନ୍ତ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଦେବାଶିଷ ସାହୁ, ଅଜିତ ବିଶ୍ୱାଳ, ଚନ୍ଦନ ଦେଓ, ଜିତେନ୍ଦ୍ର ଦେହୁରୀ, ରାଜୀବ ସାହୁ ସମେତ ଠାକୁରଗଡ଼ କ୍ରିକେଟ ଟିମ୍ ସଦସ୍ୟ।