ଘଟଣା ଓ ଦୁର୍ଘଟଣା

୧୩ ଦିନର ସଂଘ ୧୩ ତାରିଖରେ ଭାଙ୍ଗିଲା

By Biswaranjan Pattnaik

February 14, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ଗେଟ୍ ସାମନାରେ ଗଢ଼ାଯାଇଥିବ। ମା’ ବୁଢୀ ଘରୋଇ ଆମ୍ବୁଲାନ୍ସ ସଂଘ ତେର ତାରିଖ ଦିନ ଭାଙ୍ଗି ଯାଇଛି। ଘରୋଇ ଆମ୍ବୁଲାନ୍ସ ସଂଘରେ ୧୫ରୁ ଅଧିକ ସଦସ୍ୟ ଥିବା ବେଳେ କ୍ରମାନ୍ୱୟରେ ରୋଗୀ ଏବଂ ମୃତକଙ୍କ ଶବ ନେବା ପାଇଁ ତେର ଦିନ ତଳେ ଏହି ସଂଘଟି ଗଢି ଥିଲେ। ତେବେ ଜଣେ ଆମ୍ବୁଲାନ୍ସ ଚାଳକଙ୍କ ଅଭିଯୋଗ ଅନୁଯାୟୀ ରବିବାର ବିଦ୍ୟୁତ୍ ଦୁର୍ଘଟଣାରେ ମୃତ ଜଣେ ଯୁବକର ଶବ ମୁର୍ଶିଦାବାଦ ନେବା ପାଇଁ ଜଣେ ସଦସ୍ୟ ତାଙ୍କ କ୍ରମରେ ନଯାଇ ଅଧିକ ଭଡ଼ା ଲୋଭରେ ସେ ଜାଗାକୁ ଯିବା ପାଇଁ ଅଡି ବସିଥିଲେ ଏବଂ ଯାଇଥିଲେ।ଫଳରେ ଅପରାହ୍ନ ରେ ଏ ଘଟଣା କୁ ନେଇ ଆମ୍ବୁଲାନ୍ସ ମାଲିକଙ୍କ ମଧ୍ୟରେ ବଚସା ଏବଂ ଗଣ୍ଡ ଗୋଳ ଘଟି ଚୌକି ଟେବୁଲ୍ ଭଙ୍ଗା ରୁଜା କରାଯିବାସହିତ ସଂଘ ଭାଙ୍ଗି ଯାଇଥିଲା।