ଅନ୍ୟାନ୍ୟ

୫୬ତମ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ

By Angul TV Bureau

October 19, 2021

ଅନୁଗୁଳ: ତାଳଚେର ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସଠାରେ ତାଳଚେର ରାଇଫଲ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ୫୬ତମ ବନ୍ଧୁକ ଚାଳନା ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି ।ମୁଖ୍ୟଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ମହେଶ ସାହୁ ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ। ସମ୍ପାଦକ ପ୍ରବୀର ଚନ୍ଦ୍ର ଧୀରଦେବ ବିବରଣୀ ପାଠ ଓ ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ଦେବ ଅଧ୍ୟକ୍ଷତା କରିଥିଲେ । ପ୍ରମୋଦ କୁମାର ସାହୁ, ମାନସ ସିଂହ, ବୁନି ମହାରଣା ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ତିନି ଦିନ ଧରି ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ ।