ମୁଖ୍ୟ ଖବର

ସୁଭଦ୍ରା ହତ୍ୟାକାଣ୍ଡ: ସିନ୍ ରିକ୍ରିଏସନ୍ କରିବା ସହ ଅଭିଯୁକ୍ତ ଓ ଅନ୍ୟ ସହଯୋଗୀଙ୍କୁ କୋର୍ଟଚାଲାଣ କଲା ପୁଲିସ

By Angul TV Bureau

May 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳର ସୁଭଦ୍ରାଙ୍କୁ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରବିବାର କ୍ରାଇମ ସିନ ରିକ୍ରିଏସନ କରିଛି। ରବିବାର ସକାଳେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ଼ କରାଇଥିଲା ପୁଲିସ। କେମିତି କେଉଁଠି ସୁଭଦ୍ରାକୁ ଦୁଷ୍କର୍ମ କରିଥିଲା, କିଭଳି ହତ୍ୟା କରିଥିଲା; ଗୋଟି ଗୋଟି କରି ସବୁ କରି ଦେଖାଇଥିଲା ଅଭିଯୁକ୍ତ।ଅନ୍ୟପଟେ ବଅଁରପାଳ ଥାନା ପକ୍ଷରୁ ଅଭିଯୁକ୍ତ ଓ ଅଭିଯୁକ୍ତକୁ ଫେରାର କରିବାରେ ସହଯୋଗ କରିବା ନେଇ ଜେଜେବାପା, ବାପା ଓ ସମ୍ପର୍କୀୟ ମାମୁଁକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି।