ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅନୁଗୁଳ କୋର୍ଟ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ଗତ ୧୫. ୧୦. ୨୦୨୩ଦିନ ଅପରାହ୍ନ ରେ ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅଞ୍ଚଳର ଜଣେ ନାବାଳିକା ଏକୁଟିଆ ଘରେ ଶୋଇଥିଲେ। ଏହି ସମୟରେ ବାଗେଡ଼ିଆ ଥାନା ଅନ୍ତର୍ଗତ ଟାଙ୍ଗିରି ଗ୍ରାମର ତପନ ପ୍ରଧାନ ନାବାଳିକାର ଘରେ ପଶି ତାକୁ ଅସଦାଚରଣ କରିଥିଲା। ନାବାଳିକା ପାଟି କରିବାରୁ ତପନ ସେଠାରୁ ପଳାଇଯିବା ସହ ଜୀବନରେ ମାରିଦେବାପାଇଁ ଧମକ ଦେଇଥିବା ସମ୍ପର୍କରେ ସମ୍ପୃକ୍ତ ନାବାଳିକା ଘଟଣା ଦିନ ବାଗେଡ଼ିଆ ଥାନାରେ ଲିଖିତ ଏତଲା ଦେଇଥିଲେ।
ଉକ୍ତ ଏତଲା ଆଧାର ସେତେବେଳେ ପୁଲିସ ଦଫା 452/323/354(A)(I)(i)/506,8/12 ପକସୋ ଆକ୍ଟରେ କେଶ ରୁଜୁ କରି ଅଭିଯୁକ୍ତ ତପନ ପ୍ରଧାନକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଆଜି ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପକସୋ ସୌମ୍ୟା ସୁଭଦର୍ଶିନୀ ଏହି କେଶର ଶୁଣାଣି କରି ଅଭିଯୁକ୍ତ ତପନକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାସହ ୫ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି। ତତ ସହିତ ପୀଡିତା କୁ ୫୦ହଜାର ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।