ଅନ୍ୟାନ୍ୟ

ଯାତ୍ରୀ ଵିଶ୍ରାମାଗାରର ଠିକଣା ହଜିଛି

By Biswaranjan Pattnaik

June 04, 2022

ଅନୁଗୁଳ:ଅନୁଗୁଳ ଘରୋଇ ବସ ଷ୍ଟାଣ୍ଡ ପରିସରରେ ଦୀର୍ଘଦିନ ହେବ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ଖରା ବର୍ଷା ଶୀତ ଦାଉରୁ ଯାତ୍ରୀ ମାନେ ସୁରକ୍ଷିତ ରହିବା ପାଇଁ ଏହି ସେଡ଼ ନିର୍ମାଣ କରାଯାଇଥିଲା। ପୌରପାଳିକା ପକ୍ଷରୁ ନିର୍ମିତ ଏହି ସେଡ଼ର ଫାଇବର ଛାତ ଭାଙ୍ଗିରୁଜି ଗଲାଣି।ଦିନ ଦିନ ଧରି ଝାଡୁ ହେଉ ନଥିବାରୁ ଆବର୍ଜନାରେ ପୁରି ରହିଛି ସେଡ଼ ଟି। ରାତି ହେଲେ ଏହା ମଦୁଆଙ୍କ ପାଇଁ ଅଡ୍ଡା ସ୍ଥଳି ପାଲଟିଛି। ଏହା ଫଳରେ ସେଡ଼ରେ ବିଶ୍ରାମ ନେବାକୁ ଯାତ୍ରୀ ମାନେ ଡରୁଛନ୍ତି। ସେଡ଼ ସମ୍ମୁଖ ଭାଗକୁ କିଛି ଉଠା ଦୋକାନୀ ଜବର ଦଖଲ କରି ରଖିଛନ୍ତି। ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେଇ ବିଶ୍ରାମାଗାରର ପୁନରୁଦ୍ଧାର କରିବାକୁ ଦାବି ହେଉଛି ।