ଘଟଣା ଓ ଦୁର୍ଘଟଣା

ଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

By Biswaranjan Pattnaik

January 08, 2022

ଅନୁଗୁଳ: ଚଳିତ ଜାନୁୟାରୀ ପହିଲାରେ ପରଜଙ୍ଗ ବ୍ଲକ ଡମଳ ଗାଁର ବାସୁଦେବ ବଳଙ୍କ ସ୍ତ୍ରୀ ମାମିନା ବଳ ଗର୍ଭ ଯନ୍ତ୍ରଣା ହେତୁ ପ୍ରସବ ନିମନ୍ତେ ତାଳଚେର ଡାକ୍ତରଖାନାକୁ ଯାଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଭର୍ତି ହେବାପରେ ମାମିନାଙ୍କୁ ଓଟି ରୁମ୍‌କୁ ନିଆଯାଇଥିଲା। ସେଠାରେ ଜଣେ କର୍ମଚାରୀ ତିନି ହଜାର ନ ଦେଲେ ଅପରେସନ ହେବ ନାହିଁ ବୋଲି କହିଥିଲେ। ଗରିବ ବାସୁଦେବ ବହୁ କଷ୍ଟରେ ତିନି ହଜାର ଯୋଗାଡ କରି ଦେବାପରେ ଅପରେସନ ହୋଇଥିଲା। କିନ୍ତୁ ପରଦିନ ବାସୁଦେବ ସିଡିଏମ୍ଓଙ୍କୁ ଭେଟି ଏଥିନେଇ ଅଭିଯୋଗ କରିଥିଲେ। ଏହା ଉପରେ ଗତ ୭ ତାରିଖରେ ଏଡିଏମ୍ଓ ମେଡ଼ିକାଲ ଡା ମାନସ ରଂଜନ ବିଶ୍ବାଳ ଘଟଣା ନେଇ ତଦନ୍ତ କରିଥିଲେ। ତଦନ୍ତ ବେଳେ ମାମୁନିଙ୍କ ସ୍ବାମୀ ମଦ ନିଶାରେ ଏଭଳି କହିଦେଇଥିବା ବୟାନ ଦେଇଥିଲେ। ଏହି ବୟାନ ପରେ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରକୃତରେ ପ୍ରସୂତିଙ୍କ ସ୍ବାମୀଙ୍କୁ ଟଙ୍କା ମଗା ଯାଇଥିଲା ନା ଲେବର ରୁମ୍‌ର କୁଚକ୍ରୀ ଗୋଷ୍ଠୀଙ୍କ ଚାପରେ ଅଭିଯୋଗକାରୀ ନିଜ ବୟାନ ବଦଳାଇଲେ ସେଥିନେଇ ବିଭିନ୍ନ‌ ମହଲରେ ଆଲୋଚନା ହେଉଛି ।