ମୁଖ୍ୟ ଖବର

ବିଭିନ୍ନ ଦାବି ନେଇ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଆନ୍ଦୋଳନ

By Biswaranjan Pattnaik

July 11, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବିଭିନ୍ନ ଦାବି ନେଇ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ସୋମବାର ୨ ଘଣ୍ଟିଆ ଆନ୍ଦୋଳନ ହୋଇଥିଲା। ନାଲକୋ ସିଏସଆର ପାଣ୍ଠିର ଉପଯୁକ୍ତ ବିନିଯୋଗ, ନାଲକୋରେ ଜମିହରା ପ୍ରଜାଙ୍କୁ ନିଯୁକ୍ତି,ପରିବେଶ ସୁରକ୍ଷା ପାଇଁପାରିପାର୍ଶ୍ବିକ ଗାଁ ଗୁଡିକରେ ବୃକ୍ଷ ରୋପଣ, ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଶ୍ରମିକ ମାନଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସାଙ୍ଗକୁ ପରିବାରର ଜଣକୁ ନିଯୁକ୍ତି ଦେବା ଆଦି ଦାବି କରାଯାଇଛି।

ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋନର ପ୍ରତିବାଦ ସଭାରେ ନାଲକୋ ସାଂସଦଙ୍କ ଜିଲ୍ଲା ସମ୍ପର୍କ ସଂଯୋଜକ ଭକ୍ତି ପ୍ରସାଦ ଦାସ, ପୂର୍ବତନ ଗୃହ ନିର୍ମାଣ ଅଧ୍ୟକ୍ଷ ମୀନକେତନ ଅମାନ୍ତ, ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, ବନ୍ଦା ସମିତିସଭ୍ୟ ଦୁଷ୍ମନ୍ତ ଗଡନାୟକ, କର୍ଣ୍ଣପୂର ସରପଞ୍ଚ ପାର୍ଥସାରଥୀ ପ୍ରଧାନ, ସଂଘର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଜମିହରା ପ୍ରଜା ଯୋଗ ଦେଇଥିଲେ।